Government Of Odisha

ଓଡ଼ିଶା ସରକାର

About PHDMA

ଦୂରଦୃଷ୍ଟି ଓ ଉଦ୍ଦେଶ୍ୟ

"ଜନଜୀବନକୁ ପ୍ରଭାବିତ କରେ ପ୍ରଶାସନିକ ପ୍ରଚେଷ୍ଟା । ବିକାଶ ପରିସଂଖ୍ୟାନ ନୁହେଁ, ଏହା ବ୍ୟକ୍ତିବିଶେଷର ଜୀବନଗାଥା । "

About Image

ବିଭାଗ

ଓଡିଶାର ବିକାଶ କ୍ଷେତ୍ରରେ, "ଆର୍ଥିକ ଓ ପ୍ରଶାସନିକ ସୁଧାର କାର୍ଯ୍ୟକ୍ରମ" ର ଏକ ଅଂଶ ଭାବରେ ୨୦୦୫ ମସିହା ଜୁନ୍ ୧୬ ତାରିଖରେ ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା(ପିଏଚ୍‌ଡିଏମଏ) ସ୍ଥାପିତ ହୋଇଥିଲା। ଓଡ଼ିଶାରେ ମାନବ ବିକାଶ ଏବଂ ଦାରିଦ୍ର୍ୟ ସୂଚକାଙ୍କ ନିରୀକ୍ଷଣ ଏବଂ ଏହାକୁ ସୁଦୃଢ କରିବା ଦାୟିତ୍ୱ ଏହି ସଂସ୍ଥାକୁ ଦିଆଯାଇଛି। ଏହା ଯୋଜନା ଏବଂ ସଂଯୋଜନ ବିଭାଗର ଅଧୀନରେ ସ୍ୱାଧୀନ ଭାବରେ କାର୍ଯ୍ୟ କରେ ଏବଂ ଏହା ରାଜ୍ୟ ସରକାରଙ୍କ ସମଗ୍ର ନିୟନ୍ତ୍ରଣ ଅଧିନରେ ପରିଚାଳିତ ହୁଏ । ସମିତି ପଞ୍ଜୀକରଣ ଆଇନ ୧୮୬୦ (ସୋସାଇଟି ରଜିଷ୍ଟ୍ରେସନ୍ ଆକ୍ଟ ୧୮୬୦) ଅନୁଯାୟୀ ଏହା ପଞ୍ଜୀକୃତ ହୋଇଛି।

ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗରେ ପାରିଚାଳନା କରୁଥିବା ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (ପିଏଚ୍‌ଡିଏମଏ)କୁ ତାଙ୍କର ଘୋଷଣା ସଂଖ୍ୟା (ରେଜଲୁସନ୍ ନମ୍ବର୍ ୯୦୩୮-ପିଟିଏଫ୍-ଆଇ-୨୧/ ୨୦୦୨-ପି) ରେ ସଂଘଠିତ କରାଯାଇଛି ।

ଯୋଜନା ଓ ସଂଯୋଜନ ବିଭାଗ ପିଏଚ୍‌ଡିଏମଏ କୁ ଆବଶ୍ୟକ ଲଜିଷ୍ଟିକ୍ ସହାୟତା ଓ ଅର୍ଥାନୁଦାନ ଯୋଗାଇଦେବ। ଏହାର କାର୍ଯ୍ୟକ୍ଷେତ୍ର ସମଗ୍ର ଓଡ଼ିଶା ରହିଛି। ତଥାପି, ଏହା ରାଜ୍ୟ ବାହାରକୁ ଯାଇ ଅନୁସନ୍ଧାନ ଓ ପରାମର୍ଶମୂଳକ କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରିପାରେ । ଏହା ଏକ ସ୍ୱାୟତ୍ତ ସଂସ୍ଥା, ଯାହା ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହିଛି।
୨୦୨୦ ପୂର୍ବରୁ, ସଂସ୍ଥା ଦ୍ୱିତୀୟକ ତଥ୍ୟ ସମୂହ ଆଧାରିତ ପରିମାଣାତ୍ମକ ବିଶ୍ଳେଷଣ କାର୍ଯ୍ୟରେ ନିୟୁକ୍ତ ଥିଲା। କିନ୍ତୁ ୨୦୨୦ ରୁ, ଏହା ନିଜ ପଦ୍ଧତିକୁ ଗୁଣାତ୍ମକ ବିଶ୍ଳେଷଣ, ପ୍ରଭାବ ମୂଲ୍ୟାୟନ ଓ ପ୍ରାଥମିକ ତଥ୍ୟ ସଂଗ୍ରହ ଏବଂ ରାଜ୍ୟବ୍ୟାପୀ କ୍ଷେତ୍ର ଭ୍ରମଣ ମାଧ୍ୟମରେ ନିରୀକ୍ଷଣ ଦିଗକୁ ଅନୁସରଣ କଲା। ସଂଖ୍ୟାଭିତ୍ତିକ ମୂଲ୍ୟାୟନରୁ ବାହାରି ହିତାଧିକାରୀଙ୍କ ଜୀବନର ଅନୁଭବ ଓ କାହାଣୀକୁ ଏବେ ଗୁରୁତ୍ୱ ଦିଆଯାଉଛି ।

୫୦୦୦୦୦ + କି.ମି.

ରାଜ୍ୟ ବ୍ୟାପୀ

୩୦୦୦ +

ଜ୍ଞାନ ଉତ୍ପାଦ

୫୦୦୦ +

ମୌଖିକ କାହାଣୀ

୩୦

ଜିଲ୍ଲା

ଦୂରଦୃଷ୍ଟି ଓ ଉଦ୍ଦେଶ୍ୟ

“ପିଏଚ୍‌ଡିଏମଏ ର ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟ ହେଉଛି ବିକାଶ ସୂଚକ ଓ ଦାରିଦ୍ର୍ୟ ନିରାକରଣ ପାଇଁ ହୋଇଥିବା ଯେକୌଣସି କାର୍ଯ୍ୟର ପର୍ଯ୍ୟବେକ୍ଷଣ ଏବଂ ମୂଲ୍ୟାଙ୍କନ ଓ ଦସ୍ତାବିଜିକରଣ କାମକୁ ସଫଳ ଭାବରେ ସମ୍ପାଦନ କରିବା ।”

Vision & Mission Image

No products in the cart.