ସରକାରଙ୍କ ଦାରିଦ୍ର୍ୟ ନିରାକରଣ ଓ ବିକାଶ ପ୍ରକଳ୍ପ/କାର୍ଯ୍ୟସୂଚୀର ମୂଲ୍ୟାଙ୍କନ ଓ ଅନୁମାନ।
ଦାରିଦ୍ର୍ୟ ଓ ମାନବ ବିକାଶକୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟରେ ଅନୁସନ୍ଧାନ ଓ ଅଧ୍ୟୟନ କରିବା।
ଦାରିଦ୍ର୍ୟ ଏବଂ ମାନବ ବିକାଶକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅନ୍ୟାନ୍ୟ ବିଭାଗ ଓ ଭାଗିଧାରୀ ସଂସ୍ଥା ଙ୍କ ସହିତ ଆଲୋଚନା କରି ନୀତି ଏବଂ ସଙ୍ଗତିପୂର୍ଣ୍ଣ ଅଧ୍ୟୟନ ଆୟୋଜନ କରିବା।
ଦାରିଦ୍ର୍ୟ ଏବଂ ମାନବ ବିକାଶ ସଂପର୍କିତ କ୍ଷେତ୍ର/ବିଷୟରେ ଗବେଷଣା କରିବା ଏବଂ ନୀତି ସମ୍ପର୍କିତ ସର୍ବୋତ୍ତମ ଅଭିଜ୍ଞତା, କାହାଣୀ ଓ ଚିନ୍ତାଧାରାଗୁଡ଼ିକୁ ଅନୁସରଣ ଓ ଅନ୍ୱେଷଣ କରିବା।
ସିଭିଲ ସୋସାଇଟି ସଂଗଠନମାନଙ୍କ ସହ ସମ୍ପର୍କ ସୃଷ୍ଟି କରିବା ଏବଂ ଯଥାଯଥ ନୀତି ପ୍ରଣୟନ ଓ ପ୍ରତିଷ୍ଠାନୀୟ ପରିବର୍ତ୍ତନ ବିକାଶ କରିବାରେ ରାଜ୍ୟ ସରକାରକୁ ସହଯୋଗ କରିବା ପାଇଁ ଅଙ୍ଗୀକାରବଦ୍ଧ ।
ବିଶ୍ବର ବିଭିନ୍ନ କୋଣରେ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ନୀତିସମୂହରେ ଘଟୁଥିବା ବିକାଶ ସହିତ ସମତାଳରେ ରହିବା ପାଇଁ
ସରକାରୀ କର୍ମଚାରୀଙ୍କର ପ୍ରଶିକ୍ଷଣ ଏବଂ କ୍ଷମତା ବିକାଶ କରିବା ।
ଜାତୀୟ ଏବଂ ରାଜ୍ୟସ୍ତରୀୟ ସାମାଜିକ ନୀତି ସୂଚନାଗୁଡ଼ିକୁ ପ୍ରସାରଣ କରି ସଚେତନତା ଏବଂ ସୂଚିତ ଆଲୋଚନାକୁ ଉତ୍ସାହିତ କରିବା।
